ଭୀଷଣ ତାତି ଯୋଗୁଁ ଗତ ଦୁଇ ଦିନରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରେ ଦିନ ମଜୁରିଆ ଓ ଟ୍ରକ୍ ଡ୍ରାଇଭରଙ୍କୁ ମିଶାଇ ୨୦ରୁ ଅଧିକ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିବା ପରେ ଏବେ ଚାରିଆଡ଼େ କୋକୁଆ ଭୟ । ତେଣୁ ଏଠି ପ୍ରଶ୍ନ, ହଠାତ୍ କାହିଁକି ଏମିତି ଆଖି ପିଛୁଳାକେ ତତଲା ହାୱା ଝାମ୍ଫି ନେଉଛି ନିରୀହ ଜୀବନ ? ତାତି ଜନିତ ସତର୍କତାକୁ ହେୟଜ୍ଞାନ ? ନା ଆକାଶରୁ ଅକସ୍ମାତ୍ ଅଗ୍ନିବର୍ଷାକୁ ସମ୍ଭାଳି ପାରୁନି ମଣିଷ ?