Animal like Elephant, Tiger Struggle Due To Heat Wave
ଜଙ୍ଗଲରେ ଜଳକଷ୍ଟ । ବିପଦରେ ବନ୍ୟପ୍ରାଣୀ । ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁଁ ଜଙ୍ଗଲ ଜଳାଶୟରେ କମିଗଲାଣି ଜଳ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ଜଙ୍ଗଲୀ ଜୀବଜନ୍ତୁ । ଜଙ୍ଗଲରେ ଜଳସ୍ତର କମିଯାଇଛି, ଦୂର ଦୂର ଯାଏଁ ଦେଖାଯାଉନି ପାଣି । ମାଟି ଫାଟି ଆଁ କଲାଣି । ଆମେ କହୁଛୁ କୁଳଡିହା ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ୍ ଓ କୁଳଡିହା ଅଭୟାରଣ୍ୟରେ ଥିବା ପଞ୍ଚଲିଙ୍ଗେଶ୍ୱର ନିକଟ ଜଙ୍ଗଲର କଥା । ଜଙ୍ଗଲ ଭିତର ଦେଇ ବୋହି ଯାଇଥିବା ଝରଣା ଶୁଖିଗଲାଣି । ଏବେ ଯାହା ନାମକୁ ମାତ୍ର ସ୍ରୋତ ଅଛି, ସେଥିରୁ ଜଙ୍ଗଲୀ ଜୀବ ପାଣି ପିଇବା ସମ୍ଭବ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us