ଓଡିଶା ଉପରେ ସିରିଜ ଘୁର୍ଣ୍ଣିବଳୟ। ଦକ୍ଷିଣ ବଙ୍ଗଳାଦେଶ ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାଡଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ପାଣି ପାଗ ବିଭାଗ। ଆସନ୍ତା ୨୪ ତାରିଖ  ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।