ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି । ବରଗଡ଼ରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ସ୍ଥିତି ସଙ୍ଗିନ । କାରଣ ମହାନଦୀରେ ଆସିଛି ମହାବନ୍ୟା । ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ଗାଁ ଗାଁରେ ପଶିଛି ବଢ଼ିପାଣି । ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।