ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଜି ବି ନାହିଁ ନିସ୍ତାର । ଦିନ ୧୦ଟା ପରଠୁ ଅଗ୍ନିବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଆଜି ରାଜ୍ୟର ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୩.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ଆଉ ୨ ଦିନ ଯାଏଁ ରହିବ ଗ୍ରୀଷ୍ମର ପ୍ରଭାବ କହିଲା ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।