Flood
Advertisment
ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି । ଚାଳ ଭାସୁଛି, ଚୂଲି ବୁଡ଼ିଛି । ଭୀମକାୟ ମହାନଦୀର ମହାରୂପ ଯେତିକି ଭୟଙ୍କର, ତା କୋପରେ ଜଳ ପ୍ରଳୟର ଯନ୍ତ୍ରଣା ବି ସେତିକି ଅକଥନୀୟ । ଖୋଦ୍ ମହାନଦୀ ହେଉ କି ତାର ଶାଖା ନଦୀ । କରାଳ ବନ୍ୟାରେ ଅବର୍ଣ୍ଣନୀୟ ଦୁର୍ଦ୍ଦଶାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି । ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us