IMD predicts cyclone over Bay of Bengal around May 9
ପୁଣି ମେ’ମାସ । ପୁଣି ବାତ୍ୟାର ଆଭାସ୍ । ବାତ୍ୟା କଥା ଶୁଣିବା ପରେ ଓଡିଶା ଲୋକଙ୍କ ମନରେ ପଶିଲାଣି ଛନ୍କା । କାରଣ ପୂର୍ବରୁ ମଧ୍ୟ ମେ’ ମାସରେ ଅନେକବାର ଓଡ଼ିଶାକୁ ଛୁଇଁଛି ବାତ୍ୟା । ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା। ସେହିପରି ୨୦୧୦ରେ ବାତ୍ୟା ‘ଲୈଲା’ ଓଡିଶା ଉପକୂଳ ଅତିକ୍ରମ କରିଥିଲା। ଖାଲି ଏତିକି ନୁହେଁ ୨୦୧୯ ମେ’ ୩ରେ ଫନି ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଥିଲା । ସ୍ଥିତି ଏପରି ହୋଇଥିଲା, ସପ୍ତାହରୁ ଅଧିକ ସମୟ ଧରି ଅନ୍ଧକାରରେ ଥିଲା ରାଜଧାନୀ । ବିଶେଷ କରି ‘ଫନି’ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିଥିବା ବେଳେ ମାଟିରେ ଲୋଟି ପଡିଥିଲା ବିଦ୍ୟୁତ୍ ଖୁଣ୍ଟ ଓ ଲକ୍ଷ ଲକ୍ଷ ଗଛ । ରାସ୍ତାଘାଟ ସଫା କରିବା ସହ ବିଦ୍ୟୁତ୍ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମାସାଧିକ ସମୟ ଲାଗିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us