Advertisment

କେଉଁଠି କଂକ୍ରିଟ୍ ରାସ୍ତା ଦବିଛି ତ କେଉଁଠି ଧୋଇଯାଇଛି, ଠପ୍ ହୋଇଯାଇଛି ଯାତାୟତ

ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ, ସବୁଠି ବର୍ଷୁଛି । ଗତକାଲିଠୁ ମୂଷଳ ଧାରାରେ ଲାଗି ରହିଛି ବର୍ଷା ।

Advertisment

କେଉଁଠି କଂକ୍ରିଟ୍ ରାସ୍ତା ଦବିଛି ତ କେଉଁଠି ଧୋଇଯାଇଛି । ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ପାରାଦୀପରେ ଫସିରହିଛି ଶତାଧିକ ଆନ୍ଧ୍ର ବୋଟ୍ । ଏଣେ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବି ଜମିଥିଲା ପାଣି । ପାଣିପାଗ ବିଭାଗ କହିଛି, ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ, ସବୁଠି ବର୍ଷୁଛି । ଗତକାଲିଠୁ ମୂଷଳ ଧାରାରେ ଲାଗି ରହିଛି ବର୍ଷା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ