Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍'

ଏଥର ଅକ୍ଟୋବରରେ ବି ବାତ୍ୟାକୁ ଜନ୍ମଦେବ ବଙ୍ଗୋପସାଗର। ସୃଷ୍ଟି ହେବ ବାତ୍ୟା ‘ହାମୁନ୍’ । ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି।

Advertisment

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କାଲି ରାତିରେ ଅବପାତରେ ପରିଣତ ହୋଇଥିବା ବେଳେ, ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଆସନ୍ତାକାଲି ଘୂର୍ଣ୍ଣିବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା ଓଡ଼ିଶାକୁ ଆସିବନି।

Advertisment

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ତଟ ଆଡ଼କୁ ମୁହାଁଇବ। ତେବେ ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ଉପକୂଳ ଓଡ଼ିଶା ନୁହେଁ, ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୨୪ ଓ ୨୫ରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୨୪ ତାରିଖ ଅର୍ଥାତ ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ପବନ ଘଣ୍ଟାପ୍ରତି ୪୫ରୁ ୫୫ ଓ ବେଳେ ବେଳେ ୬୫ କିଲୋମିଟର ବେଗରେ ବହିପାରେ ବୋଲି ସତର୍କ କରିଛନ୍ତି ଆଇଏମ୍‌ଡି ଡିଜି।  

Odisha IMD Bay Of Bengal Cyclones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ