Advertisment

ଯନ୍ତ୍ରଣା ଦେଉଛି ଯମୁନା ଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ଦିଲ୍ଲୀର ବହୁ ଇଲାକା

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

Advertisment

ଯମୁନା, ଜଳ ଆଉ ଯନ୍ତ୍ରଣାରେ ଜଡ଼ସଡ଼ ଦେଶର ରାଜଧାନୀ ଦିଲ୍ଲୀ । ଆଇଟିଓଠାରୁ ରାଜଘାଟ, ଯମୁନା ବଜାରଠୁ ୱାଜିରାବାଦ୍। ଜଳ ଯନ୍ତ୍ରଣା ଭିତରେ ସନ୍ତୁଳି ହେଉଛନ୍ତି ଲୋକେ । ଯମୁନା ନଦୀର ଜଳସ୍ତର ଖସିଛି ତ, କିନ୍ତୁ ଜଳନିଷ୍କାସିତ ହୋଇପାରୁନଥିବାରୁ ଜଳବନ୍ଦୀ ଜୀବନ ଜୀଉଛନ୍ତି ତଳି ଅଞ୍ଚଳ ବାସିନ୍ଦା । ୩ଟି ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ ଥିବାରୁ ପାନୀୟ ଜଳ ସଙ୍କଟ ବଢ଼ିଯାଇଛି । ଏଭଳି ଦୟନୀୟ ସ୍ଥିତି ଭିତରେ ରେସ୍କ୍ୟୁ ଆଉ ରିଲିଫ୍ ଅପରେସନରେ ଭାରତୀୟ ସେନା ସାମିଲ ହୋଇଛି ।

Advertisment
Yamuna River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ