By: Deviprasad Jena
Last updated: 12 April 2025, 07:57 PM IST
ରାଜ୍ୟରେ ବଦଳିଲା ପାଗ, ତାତିରୁ ଆଶ୍ବସ୍ତି ଆଣିଲା ବର୍ଷା । ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ହୋଇଛି। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। କଟକ ଓ ଭୁବନେଶ୍ବରକୁ ବର୍ଷା ଆଲର୍ଟ । ବିଜୁଳି ଘଡ଼ଘଡ଼ି ସହ ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ । ୪୦ରୁ ୫୦ କିମି ଯାଏଁ ପବନ ବହିବା ସମ୍ଭାବନା ରହିଛି ।
ଦିନକ ତଳେ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ତୁହାକୁ ତୁହା ବର୍ଷା ହୋଇଥିଲା । ୩୦ରୁ ୪୦ କିମି ବେଗରେ ବହିଥିଲା ପବନ । ଏଥି ଯୋଗୁଁ ସହରରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଉଛି ।