Advertisment

ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ

ଉପକୂଳଠୁ ଉପାନ୍ତ, ରାଜ୍ୟର ସବୁଠି ରାଜୁତି କରୁଛି ଜାଡ଼। ସପ୍ତାହେ ହେଲା ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହେଉଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଆସିଛି।

Advertisment

ହାଡ଼ଭଙ୍ଗା ଜାଡ଼ । କଲବଲ କରୁଛି କାଲୁଆ ପବନ। କେନ୍ଦୁଝରରୁ କନ୍ଧମାଳ, ସୁନ୍ଦରଗଡ଼ଠୁ ଭୁବନେଶ୍ୱର, ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ସକାଳ ହେଉ କି ରାତି ବିନା ଶୀତବସ୍ତ୍ରରେ ଘରୁ ପଦାକୁ ବାହରିବା ମୁସ୍କିଲ। ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଚାଲିଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଜି. ଉଦୟଗିରିରେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଛି। ସେମିଳିଗୁଡାରେ ୫.୭ , ଫୁଲବାଣୀ ୬.୫, କିରେଇ ୬.୬, କୋରାପୁଟ ୭.୬, ଅନୁଗୁଳ ୮ ଡିଗ୍ରୀ ସମେତ ୧୬ ସ୍ଥାନର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

Advertisment

ଏଣେ ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । ଗତ ୫ ବର୍ଷର ତଥ୍ୟକୁ ନଜର ପକାଇଲେ ୨୦୧୮ରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ୨୦୧୯ରେ ୯.୮ ଡିଗ୍ରୀ, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଡିଗ୍ରୀ ଓ ୨୦୨୨ରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା।

Odisha News Bhubaneswar Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ