Advertisment

Virat Kohli: କୋହଲିଙ୍କ ନାଁରେ ବିରଳ ରେକର୍ଡ, IPLରେ ଅଧିକ ଡଟ୍ ବଲ୍ ଖେଳିବାରେ ୧ନଂ

କିଙ୍ଗ୍ କୋହଲିଙ୍କ ନାଁରେ ବିରଳ ରେକର୍ଡ। IPLରେ ଅଧିକ ଡଟ୍ ବଲ୍ ଖେଳିବାରେ ୧ନଂ କୋହଲି । IPLରେ ଅଧିକ ବୃକ୍ଷରୋପଣ ରେକର୍ଡରେ ସାମିଲ । ଜାଣନ୍ତୁ କେତୋଟି ଡଟ୍ ବଲ୍ ଖେଳିଲେଣି ।

Advertisment

ଇଣ୍ଡିଆନ ପ୍ରିମିୟର ଲିଗ ବା IPLର ଅଷ୍ଟାଦଶ ସଂସ୍କରଣ ଜାରି ରହିଛି। ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି । ୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ ଆଇପିଏଲ ଇତିହାସର ସର୍ବାଧିକ ଡଟ ବଲ ଖେଳିଛନ୍ତି କୋହଲି । ଏ ଯାଏଁ ସେ ୨୦୩୧ଟି ଡଟ୍ ବଲ ଖେଳିଛନ୍ତି । ବର୍ତ୍ତମାନ ଆଇପିଏଲରେ ପ୍ରତି ଡଟ ବଲ ପିଛା ଗୋଟିଏ ଲେଖାଏ ବୃକ୍ଷରୋପଣ କରାଯାଉଛି। ଏପରି ସ୍ଥିତିରେ ବିରାଟଙ୍କ ଡଟ ବଲକୁ ଦୃଷ୍ଟିରେ ରଖିଲେ ଗଛ ଲଗାଇବା ମାମଲାରେ କୋହଲି ସବୁଠାରୁ ଆଗରେ ରହିଛନ୍ତି । 

Advertisment
Virat Kohli IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ