Advertisment

VIPଙ୍କ ପାଇଁ ମାଳ ମାଳ ପାସ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।

Advertisment

ସାଧାରଣ ଦର୍ଶକଙ୍କୁ ଅଣଦେଖା କରି VVIPଙ୍କ ସନ୍ତୁଷ୍ଟିକରଣରେ ଲାଗିପଡୁଛି କି ଓସିଏ ? କାରଣ ୪୫ ହଜାର ସିଟ୍ ବିଶିଷ୍ଟ ବାରବାଟୀ ଷ୍ଟାଡ଼ିୟମରେ ୨୪ ହଜାର ଟିକଟ ବିକ୍ରି ଏବଂ ୨୧ ହଜାର ପାସ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କେବଳ ପ୍ରଶ୍ନ ନୁହେଁ, ଗତକାଲି ଧାଡ଼ିବାନ୍ଧି ଦୟନୀୟ ଅବସ୍ଥା ଭୋଗିଲେ ହଜାର ହଜାର ଦର୍ଶକ । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲା ପୋଲିସ । ତେବେ କାହିଁକି ଏଭଳି ଅବ୍ୟବସ୍ଥା ? କାହିଁକି ବାରବାଟୀରେ ବଢ଼ାଯାଉନି ସିଟ୍ ସଂଖ୍ୟା ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଓସିଏ କହିଛି, ସଦସ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।

Advertisment
Ind Vs Eng 2nd ODI Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ