Team India
Advertisment
ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ । କାହା ହାତରେ ଥିଲା ହିଟ୍ ମ୍ୟାନ ରୋହିତଙ୍କ ଫଟୋ ତ କିଏ ଧରିଥିଲା ରନ୍ ମେସିନ୍ ବିରାଟଙ୍କ ଫଟୋ । ବୁମ୍ ବୁମ୍ ବୁମରା.. ପାଣ୍ଡ୍ୟା ଓ କୋଚ୍ ରାହୁଲଙ୍କ ନାରାରେ ବି ଗୁଞ୍ଜରିତ ହେଉଥିଲା ଏୟାରପୋର୍ଟ ପରିସର। ବାହାରକୁ ଆସିବା ପରେ ଟି-ଟ୍ବେଣ୍ଟି ଟ୍ରଫି ଦେଖାଇ ଦର୍ଶକଙ୍କ ରୋମାଂଚକୁ ଆହୁରି ବଢାଇ ଦେଇଥିଲେ କ୍ୟାପଟେନ୍ ରୋହିତ ଶର୍ମା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us