ନିଜେ ଭଡ଼ାଘରେ ରହୁଛନ୍ତି। ସେଇ ଘରର ଛାତ ଉପରେ ପିଲାଙ୍କୁ କିକ୍ ବକ୍ସିଂ ଟ୍ରେନିଂ ଦେଉଛନ୍ତି। ଜାଗା ନାହିଁ କି ସୁବିଧା ନାହିଁ। କିନ୍ତୁ ଏହି ଗୁରୁଙ୍କ ପିଲାମାନେ ଜିତିକି ଆଣିଲେଣି ୪ଟି ମେଡାଲ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ ସବୁକିଛି ଅନୁମାନ କରିପାରିବେ।
Published: Otv Khabar Bureau
Last updated: 31 December 2021, 10:39 AM IST
ସେ ଜନ୍ମରୁ ଦିବ୍ୟାଙ୍ଗ। ସଳଖ ହୋଇ ଚାଲି ପାରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ, ସେ ହଜାର ହଜାର ପିଲାଙ୍କୁ ସଳଖ ଭାବେ ଠିଆ ହେବାର ସୂତ୍ର ବତେଇଛନ୍ତି। ତାଙ୍କୁ ଏବେ ୭୨ ବର୍ଷ ବୟସ। ଦୀର୍ଘ ୫୮ ବର୍ଷ ଧରି ସେ ଏକ ଚାଟ୍ଟଶାଳି କରି ଶହ ଶହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କ ଚାଟ୍ଟଶାଳି ଏକ ସ୍କୁଲ ଭ୍ରମ ସୃଷ୍ଟି କରିଥାଏ। ଆସନ୍ତୁ ଭେଟିବା ଶିକ୍ଷାର ଆଲୋକ ବାଣ୍ଟୁଥିବା ଦିବ୍ୟାଙ୍ଗ ରାମ ସାରଙ୍କୁ।