Last updated: 07 August 2024, 10:44 PM IST
ସାଧାରଣତଃ ୫୩ କେଜି ବର୍ଗରେ କୁସ୍ତି କରୁଥିବା ଭିନେଶ ଫୋଗଟ୍ ଏଥର ୫୦ କେଜି ବର୍ଗରେ ଖେଳୁଥିଲେ। ହେଲେ ଫାଇନାଲ୍ ପୂର୍ବରୁ ଗତକାଲି ତାଙ୍କର ୨ କେଜି ଓଜନ ବଢ଼ିଥିବା ସେ ଜାଣିବାକୁ ପାଇଥିଲେ। ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।