Last updated: 04 March 2025, 10:53 PM IST
ଆଇସିସି ଚାଂପିଅନ୍ସ ଟ୍ରଫି ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଟିମ ଇଣ୍ଡିଆ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜି ସେମି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଙ୍ଗାରୁ ଶିକାର ସହ ୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଆଜି ପ୍ରଥମ ବ୍ୟାଟିଂ କରି ଭାରତ ଆଗରେ ୨୬୫ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ। ତେବେ ଟାର୍ଗେଟକୁ ୧୧ ବଲ୍ ବାକି ଥାଇ ହାସଲ କଲା ଟିମ୍ ଇଣ୍ଡିଆ । କୋହଲିଙ୍କ ୮୪ ରନ୍ ର ଦମ୍ ଦାର୍ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।