Advertisment

ବାପା ଅଟୋ ଚାଳକ, ପୁଅ ବନିଗଲା IPL ଷ୍ଟାର; ବୋଲିଂ ଆଟାକ୍‌ରେ ଧୋନୀ ଆଶ୍ଚର୍ଯ୍ୟ

ବାପା ଅଟୋ ଚାଳକ, ପୁଅ ବନିଗଲା IPL ଷ୍ଟାର । ପଡ଼ିଆରେ ଚମକିଲେ ୨୪ ବର୍ଷୀୟ ଭିଗ୍ନେଶ ପୁଥୁର । ନିଜ ବୋଲିଂ ଆଟାକାରେ ଧୋନୀଙ୍କୁ କଲେ ଆଶ୍ଚର୍ଯ୍ୟ । ଡେବ୍ୟୁ ମ୍ୟାଚରେ ବଡ଼ ପ୍ଲେୟାରଙ୍କ ଓ୍ୱିକେଟ୍ ନେଲେ ।

ଅଦ୍ୟତନ ହୋଇଛି
Advertisment

ଦର୍ଶକବନ୍ଧୁ ଯଦି ଆପଣ IPLର ଫ୍ୟାନ, ତେବେ ରବିବାର ଦିନ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ମୁମ୍ବାଇକୁ ୪ ୱିକେଟରେ ପରାସ୍ତ କରିଥିଲା ଚେନ୍ନାଇ । ତେବେ ଏହି ମ୍ୟାଚର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ MIର ୨୪ ବର୍ଷୀୟ ବୋଲର ଭିଗ୍ନେଶ ପୁଥୁର । ତାଙ୍କ ଡେବ୍ୟୁ ମ୍ୟାଚଥିବା ବେଳେ ତାଙ୍କ ବୋଲିଂରେ ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲେ । ୪ ଓଭରରେ ୩୨ ରନ ଦେଇ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ । ଏପରିକି ତାଙ୍କ ବୋଲିଂରେ ପ୍ରଭାବିତ ହୋଇ ଧୋନୀ ମଧ୍ୟ ମ୍ୟାଚ ଶେଷ ହେବା ପରେ ତାଙ୍କ ପିଠି ଥାପୁଡେଇଥିଲେ । ତେବେ IPL ପର୍ଯ୍ୟନ୍ତ ଆସିବା ପାଇଁ ସେ କରିଥିବା ସଂଘର୍ଷ କଥା ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ । 

Advertisment
MS Dhoni Mumbai Indians Vignesh IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ