ଆଜିକାଲି ଗାଡି କିଣିବା ପ୍ରାୟ ସମସ୍ତଙ୍କର ସଉକ । କିଏ କମ୍‌ ଦାମର ଗାଡି କିଣୁଛି ତ ଆଉ କିଏ ଅଧିକ ଦାମ୍‌ର । ମୋଟ୍‌ ଉପରେ ଯାହା ପାଖରେ ଯେତେ ଟଙ୍କା ରହିଛି ସିଏ ସେହି ଅନୁସାରେ ଗାଡ଼ି କିଣୁଛି । ହେଲେ ଆମେ ସମସ୍ତେ ଜାଣନ୍ତି ୪ ଚକିଆ ଗାଡି କିଣିବା କିଛି ସହଜ ନୁହେଁ । ହେଲେ ବି ନିଜର ସ୍ୱପ୍ନ ପୂରଣ କରିବାକୁ କଷ୍ଟମଷ୍ଟେ ଗାଡି କିଣୁଛନ୍ତି ଲୋକେ । ହେଲେ ଥରେ ଚିନ୍ତା କରନ୍ତୁ ତ? ନୂଆ ଗାଡି କିଣିବା ପରେ ସେହି ଗାଡି ରାସ୍ତାରେ ଯଦି ବାରମ୍ବାର ଖରାପ ହୁଏ ତେବେ ଆପଣ କରିବେ କଣ? ବିରକ୍ତି ହେବେ ନା ! ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଯେଉଁଠି ରାସ୍ତାରେ ଗାଡି ଖରାପ ହେବାରୁ ଗଧ ସାହାଯ୍ୟରେ ସୋ’ରୁମ୍‌ରେ ଗାଡି ଛାଡି ଆସିଲେ ମାଲିକ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।