By: Pallipuspa Samal
Last updated: 21 April 2022, 11:41 AM IST
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ ଦରକାର ପଡ଼ିଲେ ଏଥିପାଇଁ କଳାକୋର୍ଟ ପିନ୍ଧିବି। ଆଉ ପିନ୍ଧିଥିଲେ ମଧ୍ୟ। କିନ୍ତୁ ଏପଟେ ତାଙ୍କ ପୁଅଙ୍କୁ ରାଜ୍ୟ ସରକାର ମମିତା ମେହେର ଘଟଣାରେ ସ୍ପେଶାଲ୍ ପିପି ଭାବରେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ବଲାଙ୍ଗିର ରାଜନୀତିରେ ଏକ ଚର୍ଚ୍ଚା ଜୋର୍ ଧରିଛି। ତାହା ହେଲା କଳାକୋଟ୍ ଥିଓରୀ।