Last updated: 20 January 2024, 09:33 PM IST
ବିଜେପି ଫୋକସରେ SHG। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ। ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ। କେମିତି ବଢିବ ମହିଳା ଭୋଟ୍ ? ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ। SHG ରାଜ୍ୟର ନୁହେଁ କେନ୍ଦ୍ରର। ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ରର। କାହିଁକି ନା ମୋଟ୍ ସୁଧରୁ ୭ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ଦେଉଛି ମାତ୍ର ୪ ପ୍ରତିଶତ। ଏହାବ୍ୟତୀତ ସ୍ୱୟଂ ସହାୟିକାଙ୍କ ପାଇଁ ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି ଯୋଜନା।