Rift in BJD
ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଲା ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା । ତୁରନ୍ତ ସସ୍ମିତଙ୍କୁ ସସ୍ପେଣ୍ଡ କର । ଓଡ଼ିଶାରୁ ଭିକେ ପାଣ୍ଡିଆନଙ୍କୁ ବିଦା କର । ପାଣ୍ଡିଆନ୍ ବିଦା ହେଲେ ବଞ୍ଚିଯିବ ବିଜେଡି । ଇଏ ନବୀନ ନିବାସ ଆଗରେ ସଂଖ୍ୟାଲଘୁ ନେତାଙ୍କ ଗର୍ଜନ । ବିଜେଡି ଭିତରେ ଜଳୁଛି ପାଣ୍ଡିଆନ୍ ନିଆଁ । ସସ୍ମିତ ପାତ୍ରକୁ ନେଇ କର୍ମୀଙ୍କ ମଧ୍ୟରେ ଖୁବ୍ ଅସନ୍ତୋଷ । ନବୀନ ନିବାସ ଆଗରେ ବିଜେଡି କରୁଛି ହାଇଡ୍ରାମା । ଏମିତି କିଛି ଶାଣିତ ସ୍ୱରରେ ଗର୍ଜନ କରି ବିଜେଡିକୁ ବଞ୍ଚାଇବାକୁ ନବୀନଙ୍କ ନିକଟରେ ଦାବି କରିଛନ୍ତି ବିଜେଡିର ଅନେକ ନେତା । ଆଉ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରାରେ କମ୍ପିଛି ନବୀନ ନିବାସ ପରିସର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us