Advertisment

୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ ! ଭୁଶୁଡ଼ିବ ବିଜେଡି ମହିଳା ଗଡ଼ ?

କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ ।

Advertisment

୨୪ ନିର୍ବାଚନୀ ବୈତରଣୀ ପାରି ହେବାକୁ ମହିଳାଙ୍କ ଉପରେ ଭରସା । ମହିଳା ଭୋଟକୁ ମଜଭୁତ ପାଇଁ କେନ୍ଦ୍ରରେ ବିଜେପି ବଡ଼ କାର୍ଡ ଖେଳି ମହିଳା ସଂରକ୍ଷଣ ବିଲ୍ ପାସ୍ କରିଛି । କେବଳ ଏତିକି ନୁହେଁ, ମହିଳାଙ୍କ ସହିତ ବିଜେପି ରହିଛି ବୋଲି ବାର୍ତ୍ତା ଦେବା ପାଇଁ ବଡ଼ କ୍ୟାମ୍ପେନ ପାଇଁ ବି ଯୋଜନା କରୁଛି । ପରିଣାମ ସ୍ୱରୂପ, ଏହି ନିଷ୍ପତ୍ତି ଦ୍ୱାରା ବିଜେଡି ନିର୍ଭର କରୁଥିବା ମହିଳା ଭୋଟବ୍ୟାଙ୍କ ପ୍ରଭାବିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଆଲୋଚନା ଭିତରେ ୩ ପ୍ରମୁଖ ଦଳ ଭିତରେ ଜୋର ଧରିଛି ରାଜନୈତିକ ବୟାନବାଜି ।

Advertisment
BJD BJP 2024 Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ