ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାରାୟଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି । ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବେଳେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ ।