Advertisment

Video: ଯାଜପୁର ବିଜେଡିରେ ପଡିଛି ଘଳିଆ

ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।

Advertisment

ଗଞ୍ଜାମ ସ୍ଥିତି ଯାଜପୁରରେ । ମାଳ ମାଳ ନେତା, କର୍ମୀ ଓ ଜନପ୍ରତିନିଧି ଶଙ୍ଖ ଛାଡ଼ି ପଦ୍ମ ଧରିବାରେ ଲାଗିଛନ୍ତି । ସ୍ଥିତି ଜଟିଳ ହେଉଖିବା ସତ୍ତ୍ବେ ବିଜେଡି ନେତାଙ୍କ ମୁହଁ ଭୁରୁଡ଼ି କିନ୍ତୁ କମୁନି । ଯାଜପୁରରେ ଦଳର ପ୍ରତିଷ୍ଠା ଦିବସରେ ବବି ଦାସଙ୍କ ଦଳ ଛାଡୁଥିବା ନେତାଙ୍କୁ ଦଲାଲ ଆକ୍ଷେପ ପରେ ତେଜିଛି ରାଜନୀତି । ବିଜେପି କଡ଼ା ଜବାବ ଦେଇ କହିଛି ଆଗକୁ ଏଠି ନିର୍ବାଚନ ଲଢିବାକୁ ବିଜେଡି ପ୍ରାର୍ଥୀ ପାଇବନି । ତେଣେ ଯାଜପୁର ବିଜେଡିରେ ଜାରି ରହିଥିବା ଦଳ ତ୍ୟାଗ ରୋଗକୁ ମୁଖିଆ ନବୀନ ପ୍ରତିହତ ନକଲେ ଏଠି ଶଙ୍ଖ ପାର୍ଟି ନିଶ୍ଚିହ୍ନ ହୋଇଯିବା ବି ଆକଳନ କଲେଣି ସମୀକ୍ଷକ ।

Advertisment
Odisha BJD Jajpur Bobby Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ