ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି-ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି। ତେଣେ ସୁରଙ୍କ ପରେ ଅନେକ ପୁରୁଖା ନେତା ବି କଂଗ୍ରେସକୁ ଫେରିବା ନେଇ  ଚର୍ଚ୍ଚା। ଫେରିବାକୁ ପ୍ରଫୁଲ୍ଲଙ୍କ ପରୋକ୍ଷରେ ଇସାରା । ଠିକ୍ ସମୟକୁ ଅପେକ୍ଷା କର କହିଲେ ଭୂପିନ୍ଦର ।