Advertisment

କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।

Advertisment

ମୁଖ୍ୟମନ୍ତ୍ରୀ ପଦରୁ ଯିବାର ୫ ମାସ ପରେ କମିଲା ନବୀନଙ୍କ ସୁରକ୍ଷା । ପୂର୍ବରୁ ୨୩ ଜଣିଆ ସୁରକ୍ଷା କର୍ମୀଙ୍କୁ କମାଇ ମାତ୍ର ୨ ଜଣ ପର୍ସନାଲ ସିକ୍ୟୁରିଟି ଅଫିସର ବା PSO ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ସବୁଠୁ ବଡ଼ କଥା ହେଲା ପାଣ୍ଡିଆନଙ୍କ ସୁରକ୍ଷାକୁ ବି ପ୍ରତ୍ୟାହାର କରାଯାଇଛି । ଏମିତି କି IPS କୁଟ୍ଟେଙ୍କ କ୍ୱାର୍ଟର ଜଗିବାକୁ ବି ବିଜେଡି ସରକାର ସମୟରେ ନିୟୋଜିତ ହୋଇଥିବା ୪ ସୁରକ୍ଷା କର୍ମୀ ଏବଂ ୨ ହୋମଗାର୍ଡଙ୍କୁ ପ୍ରତ୍ୟାହର କରାଯାଇଛି ।

Advertisment
Naveen Patnaik BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ