Advertisment

ନେତାଙ୍କ ଅପରାଧିକ ମାମଲାର ଶୀଘ୍ର ଫଇସଲା କର: ସୁପ୍ରିମକୋର୍ଟ

ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ। ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Advertisment

ଦେଶର ସବୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧ ମାମଲାର ତୁରନ୍ତ ବିଚାର ହେଉ। ଏଥିପାଇଁ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ଗଠନ ହେଉ ସ୍ୱତନ୍ତ୍ର ବେଞ୍ଚ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ଅପରାଧ ମାମଲାର ଶୀଘ୍ର ଶୁଣାଣି ସାରି ଉଚିତ୍ ଦଣ୍ଡବିଧାନ ପାଇଁ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ୨୦୧୬ରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ମୃତ୍ୟୁଦଣ୍ଡ, ଆଜୀବନ ସଜ୍ଜା କିମ୍ବା ୫ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବା ମାମଲାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଚାର କରାଯାଉ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିପାଇଁ କୌଣସି ସ୍ୱତନ୍ତ୍ର ସମୟସୀମା ଧାର୍ଯ୍ୟ କରି ନାହାନ୍ତି। ଟ୍ରାଏଲ କୋର୍ଟ ଗୁଡ଼ିକ ପାଇଁ ଏନେଇ ୟୁନିଫର୍ମ ଗାଇଡଲାଇନ୍‌ ପ୍ରସ୍ତୁତ କରିବା କଷ୍ଟ ବୋଲି କହିଛନ୍ତି ଖଣ୍ଡପୀଠ। ତେବେ ସମସ୍ତ ହାଇକୋର୍ଟ ନିଜ ଆଡ଼ୁ ପଦକ୍ଷେପ ନେଇ ଏଭଳି ମାମଲାଗୁଡିକୁ ତାଲିକାଭୁକ୍ତ କରିବା କିଭଳି ତ୍ୱରିତ ଫଇସଲା ହୋଇପାରିବ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଟ୍ରାଏଲ କୋର୍ଟଗୁଡ଼ିକ ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୁବିଧା ନିଶ୍ଚିତ କରିବା ସହ ହାଇକୋର୍ଟଗୁଡ଼ିକ ସେମାନଙ୍କ ୱେବସାଇଟରେ ଏଭଳି ମାମଲା କେବେ ଦାଏର ହୋଇଥିଲା, ତାକୁ ସ୍ୱତନ୍ତ୍ର ଭାବେ ଦର୍ଶାଇବାକୁ କୋର୍ଟ କହିଛନ୍ତି ।

Advertisment
Supreme Court Politician
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ