Advertisment

ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ ।

Advertisment

ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ । ଭୁବନେଶ୍ୱରରୁ ଜଗତସିଂହପୁର, ସବୁଠି ଆଶାୟୀ ଦେଲେଣି ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚାଲେଞ୍ଜ । ବିଧାୟକମାନେ ଅର୍ପଣ ରଥ ଜରିଆରେ ଅକ୍ଷତ ଚାଉଳ ସଂଗ୍ରହ କରୁଥିବାବେଳେ ପ୍ରମୁଖ ଦାବିଦାର କିନ୍ତୁ ଟିକଟ୍ ପାଇଁ ନୂଆବର୍ଷ ବନ୍ଧୁମିଳନ ବାହାନାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥଳେ ବିଜେଡି ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ଏକପ୍ରକାର ଥୟ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

Advertisment

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁରରେ ଆଜି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନୂଆବର୍ଷ ବନ୍ଧୁ ମିଳନ ନାଁରେ ନିର୍ବାଚନୀ ପାଗ ଭିଡିଛନ୍ତି । ଏଠାକାର ପାଞ୍ଚ ପଞ୍ଚାୟତର ମହିଳା, ଯୁବକ, ବୟସ୍କଙ୍କୁ ନେଇ ବାଇକ୍ ରାଲି ଓ ସମାବେଶ କରିଛନ୍ତି ।

Odisha News Bhubaneswar BJD 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ