କାହିଁକି ମିଛ କହିଲେ ନବୀନ ?
ନବୀନଙ୍କ ଅଭିଯୋଗ, ଜବାବ ରଖିଲେ ପ୍ରଭାତ। କହିଲେ ନବୀନ ମହାମିଥ୍ୟା କହି ଖସିଯିବାକୁ ବସିଛନ୍ତି । ୱକଫ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ମୋ ନିଲମ୍ବନ କଥା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ବିଜେଡିରେ ଚାଲିଛି ପାଣ୍ଡିଆନ୍ ରାଜ୍ । କର୍ମୀ ଓ ନେତା ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଚିଟ୍ଫଣ୍ଡ ମାମଲା ଏବେ ବିଚାରଧୀନ। ମୁଁ କେବେ ଦଳକୁ ଅନୁରୋଧ କରିନଥିଲି, ମୋର ନିଲମ୍ବନ ପ୍ରତ୍ୟାହାର କରିବାକୁ । ଦଳ ନିଜ ସୁବିଧା ପାଇଁ ୨୦୧୭ରେ ନିଲମ୍ବନ ଉଠାଇଥିଲା। ୨୦୧୯ରେ ନବୀନ ଗୋଟିଏ ମଞ୍ଚରେ ମୋ ସହ ପ୍ରଚାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us