Last updated: 04 January 2025, 10:09 PM IST
ବିଜେଡିରେ ଗଞ୍ଜାମ ଓ ଯାଜପୁର ଯାଦୁ ଏବେ କଟକକୁ ଗ୍ରାସ କଲାଣି । ଦଳ ଭିତରେ ଅସନ୍ତୋଷ ତୀବ୍ର । ବରିଷ୍ଠ ନେତା ସିଧାସଳଖ ବିଦ୍ରୋହ ଆରମ୍ଭ କଲେଣି । ଗତକାଲି ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ରାଜନୀତିରେ କଂସ ଓ ରାବଣ ଉପାଖ୍ୟାନ କହି ଦଳ ଭିତରର କୁଚକ୍ରୀ ଗୋଷ୍ଠୀକୁ ଟାର୍ଗେଟ୍ କରିଛନ୍ତି । ବିଜେଡି ଯଦିଓ ସଂଗଠିତ ଥିବା କଥା କହୁଛି, କିନ୍ତୁ କଟକ ଗଡବଡ଼ି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ।