ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି। ଦର୍ଶକବନ୍ଧୁ ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗୋଟିଏ ଟୁଇଟ୍ ନବୀନଙ୍କ ପ୍ରତି ଏହି କଟାକ୍ଷକୁ ସ୍ପଷ୍ଟ କରିଛି। ଜୟରାମ ଖୋଲାଖୋଲି ଲେଖିଛନ୍ତି, ‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।