Advertisment

ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।

Advertisment

ବାଚସ୍ପତି ନିର୍ବାଚନ ତାରିଖକୁ ନେଇ ବିବାଦ ଓ ବିରୋଧ । ପଶ୍ଚିମ ଓଡ଼ିଶା ଭାବାବେଗ ସହ ଖେଳ ଖେଳୁଛନ୍ତି କି ସରକାର ? ଗଣପର୍ବ ନୂଆଁଖାଇ ଲାଗି ଚଳଚଂଚଳ ସାରା ପଶ୍ଚିମ ଓଡ଼ିଶା । ଆସନ୍ତା ୨୦ ତାରିଖରେ ପାଳନ ହେବାକୁ ଯାଉଥିବା ଏହି ପର୍ବ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । ହେଲେ ନୂଆଁଖାଇର ଠିକ୍ ପରଦିନ ଅର୍ଥାତ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଛି ସମୟ । ଏଥିପାଇଁ ଆସନ୍ତା ୧୮ରେ ହେବ ନାମାଙ୍କନ ଦାଖଲ ।

Advertisment
Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ