୧୪ ନଭେମ୍ବରରେ ଆଦିବାସୀ ଜମି କିଣାବିକାରେ ସଂଶୋଧନ କଲେ, ବିରୋଧରେ ହେବାରୁ ମାତ୍ର ୧୦ ଦିନ ପରେ କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖି ଆଦିବାସୀ ଉପଦେଷ୍ଟା ପରିଷଦକୁ ତର୍ଜମା ପାଇଁ ପଠାଇ ଦେଲେ। ହେଲେ ଏବେ ପରିଷଦର ବିନା କୌଣସି ବୈଠକ ବା ସୁପାରିଶରେ ଗତକାଲି ପୁଣି କ୍ୟାବିନେଟ୍ ଡାକି ସଂପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି।
Published By: Manoranjan Behera
Last updated: 30 January 2024, 10:27 PM IST
ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ର ଗତି କୁଆଡ଼େ? ଜମି ଦୁର୍ନୀତି ଓ ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ବାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସିଏମ୍ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରି ରଖିଛନ୍ତି ବୋଲି କୁହାଯାଉଛି।