ଶେଷ ହେଲା ୨୩ ବର୍ଷର ପ୍ରତୀକ୍ଷା । ଉଦ୍‌ଘାଟିତ ହେଲା ବଲାଙ୍ଗିରର ବହୁ ଚର୍ଚ୍ଚିତ ଲୋୟର ସୁକତେଲ ପ୍ରକଳ୍ପ । ସ୍ଥାନୀୟ ସାଂସଦ, ବିଧାୟକ ଓ ମନ୍ତ୍ରୀଗଣଙ୍କ ଉପସ୍ଥିତିରେ ବଲାଙ୍ଗିର ସଦର ବ୍ଲକ୍ ମାଗୁରବେଡା ନିକଟରେ ଏଇ ବୃହତ୍ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହୋଇଛି ୨୭୨୩ କୋଟି ଟଙ୍କା । ଉଦଘାଟନୀ ସମ୍ବୋଧନରେ କହିଛନ୍ତି, ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗିରର କୃଷି ଓ ଜଳସେଚନ କ୍ଷେତ୍ରରେ ରୂପାନ୍ତର ଆଣିବ। ଏହାଦ୍ୱାର ଦୁଇ ଜିଲ୍ଲା ବଲାଙ୍ଗିର ଓ ସୋନପୁରର ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବା ସହ ୭୦ ହଜାରରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।