Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସଫଲ୍, ସିଏମଓରେ ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସଫଲ୍। ପାୱାର କରିଡରରେ ହଲଚଲ୍ । ନବୀନଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଥିବା ଭି. କେ. ପାଣ୍ଡିଆନ୍‌ଙ୍କ VRS ପରେ ସିଏମ୍ଓର ନବକଳେବର । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା OERCର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସେହିପରି ଆର୍. ବାଲକ୍ରିଷ୍ଣନଙ୍କ ଠାରୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ପଦବୀ ଅପସାରିତ କରାଯାଇଛି। କିନ୍ତୁ ସେ ସ୍ପେଶାଲ ଇନିସିଏଟିଭସ୍‌ର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଅନ୍ୟପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କଠାରୁ ବି ପ୍ରମୁଖ ପରାମର୍ଶଦାତା ଦାୟିତ୍ୱକୁ ଅପସାରିତ କରାଯାଇଛି। ଚର୍ଚା ହେଉଛି, ଆଗକୁ ଅସିତ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଆଉ ଏପଟେ ନୂଆ ବର୍ଷରେ ରାଜ୍ୟକୁ ନୂଆ ମୁଖ୍ୟ ଶାସନ ସଚିବ ଓ ଡିଜି ପୋଲିସ୍ ମିଳିପାରେ।

Advertisment
Odisha CMO Politics Suresh Mahapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ