Advertisment

ପଦ୍ମକେଶରୀପୁରରେ କେବେ ଫେରିବ ଶାନ୍ତି ? ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ୩ ମାସ । ମାମଲାରେ ୧୫୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅଥଚ ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିଛନ୍ତି ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଛି ପୋଲିସ ।

Advertisment

ଭୁବନେଶ୍ୱର ପଦ୍ମକେଶରୀପୁରରେ କେବେ ଫେରିବ ଶାନ୍ତି ? କେବେ ସ୍ୱାଭାବିକ ହେବ ଜୀବନ ଯାତ୍ରା ? ହିଂସା ଏବଂ ୧୫୦ରୁ ଅଧିକ ପୁରୁଷ ଓ ମହିଳାଙ୍କ ଗିରଫଦାରୀ ପରଠୁ ଭୟରେ ଥରୁଛନ୍ତି ଗାଁରେ ଥିବା ପିଲାଠୁ ମହିଳା । ଆଜିକୁ ୩ ମାସ ହୋଇଗଲା, ପୋଲିସ ଦେଖିଲେ ସମସ୍ତଙ୍କ ଛାତିରେ ଛନକା ପଶୁଛି । ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ ଅପରାଜିତାଙ୍କ ଏହି ଚିଠି ପରେ ଗାଁରେ ପୋଲିସ ପହଞ୍ଚି ନିର୍ଭୟ ରହିବାକୁ ପ୍ରତିଶ୍ରୁତି ଦେଇଛି ।

Advertisment
Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ