Advertisment

ପରିକ୍ରମା ପ୍ରକଳ୍ପ ନାଁରେ ଭୋଟ୍ ରାଜନୀତି କରୁଛି କି ବିଜେଡି ?

ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ? କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ହାତକୁ ନେଇଛନ୍ତି ବିରାଟ ଯୋଜନା । କେବଳ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ୧୩୫ କୋଟି ୮୮ ଲକ୍ଷ ଟଙ୍କା। ପ୍ରତି ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରତି ପଞ୍ଚାୟତରୁ ପୁରୀକୁ ବୁହା ହେବେ ଲୋକେ । ପ୍ରତି ଘରୁ ସଂଗ୍ରହ ହେବ ଗୁଆ, ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଖର୍ଚ୍ଚକୁ ମିଶାଇ ୪ ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟର କଳେବର ବଢ଼ାଇ ଆହୁରି ୨୧୪ କୋଟି ଯୋଡ଼ିଛନ୍ତି ରାଜ୍ୟ ସରକାର।

Advertisment
Odisha Srimandir BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ