Advertisment

ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦରେ ବଢ଼ୁଛି ସରକାରଙ୍କ ଅଡ଼ୁଆ

ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।

Advertisment

ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ। ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ। ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ନିଜ ସୋସିଆଲ ମିଡିଆ ଏକ୍ସ ଯୋଗେ ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ ବହୁତ ଚିନ୍ତାର ବିଷୟ। ପାଣ୍ଡିଆନଙ୍କ ଦ୍ୱାରା ଜଣେ ଗୋମାଂସ ପ୍ରଚାରକଙ୍କୁ ପ୍ରବେଶ ଅନୁମତି ଧର୍ମ, ଇତିହାସ ଏବଂ ଆଧ୍ୟାତ୍ମିକତା ପ୍ରତି ଉପେକ୍ଷା। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ପ୍ରତି ତ୍ୱରିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡିଆ ଓ ସନାତନୀଙ୍କ ଭାବନାକୁ ଆଘାତ ନ ଦେବା ଉଚିତ୍। ଜାଣତରେ ହେଉ କି ଅଜାଣତରେ ଓଡିଆ ଲୋକଙ୍କ ଭାବାବେଗ ସହ ଖେଳ ନ ଖେଳନ୍ତୁ। ସେପଟେ ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।

Advertisment
Puri BJD BJP VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ