Mission Shakti Scooter Scheme
କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ । ମହିଳା ଭୋଟବ୍ୟାଙ୍କ ମଜଭୁତ କରିବାକୁ ଆସିଥିବା ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ବଣ୍ଟାଯାଇଛି ଗାଡ଼ି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କିମର ଶୁଭାରମ୍ଭ କରିଛନ୍ତି। ଏଥିରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ, କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନଙ୍କୁ ବଣ୍ଟାଯାଇଛି ସ୍କୁଟର।
ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ । ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ବହନ କରିବେ। ସେପଟେ ବିଜେପି ସାଂସଦ ଜୁଏଲ୍ ଓରାମ କହିଛନ୍ତି, ବିଜେପି ସରକାର ଆସିଲେ ମାଗଣାରେ ଗାଡ଼ି ଦିଆଯିବ। ସେପଟେ ସ୍କୁଟର ସ୍କିମକୁ ନେଇ ତେଜିଛି ରାଜନୀତି । ମହିଳା ଭୋଟ୍ ନେବାକୁ ବିଜେଡି ସରକାର ସ୍କୁଟର ଲୋଭ ଦେଖାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ବିଜେଡି କହିଛି ଏହି ସ୍କିମ୍ ଭୋଟ୍ ପାଇଁ ନୁହେଁ ମହିଳା ସଶକ୍ତୀକରଣ ପାଇଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us