Advertisment

ଭଣ୍ଡେଇଦେଲେ କି ସରକାର ? ବରଗଡ଼ ଓ ବିଜେପୁରବାସୀଙ୍କ ସବୁ ରହିଗଲା ଅଧୁରା...

ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ବରଗଡ଼ ଓ ବିଜେପୁରବାସୀଙ୍କୁ ପୁଣି ଭଣ୍ଡାଇଦେଲେ କି ରାଜ୍ୟ ସରକାର ? ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ହେଉ କିମ୍ବା କ୍ୟାନସର ହସ୍ପିଟାଲ୍, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ହେଉ ଅବା ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା । ନିର୍ବାଚନବେଳେ ପ୍ରତିଶ୍ରୁତି ଗୋଟିଏ, କାମ କଲାବେଳକୁ ଆଉ ଗୋଟିଏ । ଯେଉଁ ପ୍ରତିଶ୍ରୁତି ଦେଇ ୧୯ ନିର୍ବାଚନୀ ବୈତରଣୀ ପାରି ହୋଇଥିଲେ ମୁଖ୍ୟମନ୍ତ୍ରୀ, ଆଜି ସେସବୁର ଲୋକାର୍ପଣ କରିଥିଲେ ବି ସବୁ ଅଧୁରା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ଓ ବିରୋଧୀ ।

Advertisment
Odisha Govt Padmapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ