ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିବେ ବିଜେପିର ହାଇ ଭୋଲଟେଜ୍ କ୍ୟାଂପେନ । ୨୪ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ପ୍ରଥମ କେନ୍ଦ୍ରୀୟ ହେଭିୱେଟ୍ ନେତା ଭାବେ ଆସନ୍ତା ଗୁରୁବାର ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। ସୋନପୁରରେ ବିଶାଳ ଜନ ଜନସଭାକୁ ସେ ସମ୍ବୋଧନ କରିବେ। ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିବେ। ସଭା ସାରି ସିଧା ଭୁବନେଶ୍ୱର ଆସି ରାତ୍ରୀ ରହଣୀ କରିବାର କାର୍ଯ୍ୟକ୍ରମ ରହିଛି। ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।