Advertisment

ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା

କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।

Advertisment

ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା । ପ୍ରଗମନ ଆପ୍ ଜରିଆରେ ଏଯାଏଁ ୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି ଦଳ। ଟିକଟ ବଣ୍ଟନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ଆରମ୍ଭ କରିଥିଲା ଅନଲାଇନ ଫଣ୍ଡା- ପ୍ରଗମନ ଆପ୍। ଯେଉଁଠି ତରୁଣ ଓ ଅଭିଜ୍ଞଙ୍କୁ ମିଶାଇ ଆବେଦନ କରିଥିଲେ ମୋଟ୍ ୩ ହଜାର ୭ଶହ ଆଶାୟୀ। କିନ୍ତୁ ଦଳ ଏଯାଏଁ ୧୩୬ଟି ବିଧାନସଭା ଏବଂ ୧୯ଟି ଲୋକସଭା ପାଇଁ ମୋଟ୍ ୧୫୫ ଜଣ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୧୦ ଲୋକସଭା ଏବଂ ୭୭ ବିଧାନସଭାରେ ପ୍ରାର୍ଥୀ ହେଉଛନ୍ତି ନୂଆ। କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ