Advertisment

ବିଜେପି ମୁହାଁ ହେଉଛନ୍ତି ଜଣଙ୍କ ପରେ ଜଣେ ଅସନ୍ତୁଷ୍ଟ

ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ।

ଅଦ୍ୟତନ ହୋଇଛି
Advertisment

କନ୍ଦଳ, ବିବାଦ, ବିଭ୍ରାଟ । ବିଜେଡି ପାଇଁ ଖୋଲାଖୋଲି ବିଦ୍ରୋହ ସାଜିଲାଣି ମୁଣ୍ଡବିନ୍ଧା। ୨୪ ନିର୍ବାଚନ ପୂର୍ବରୁ ମାଳ ମାଳ ଆଶାୟୀଙ୍କ ଭିତରେ ତୀବ୍ର ହେଲାଣି ବିବାଦ। ଭୁବନେଶ୍ୱରରେ ତ ବିବାଦ ଥମିବାର ନାଁ ଧରୁନି। ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନୀ ମଣ୍ଡଳୀରେ ପାୱାର ସୋ ଜାରି ରଖିଛନ୍ତି ବିଦ୍ରୋହୀ। ସବୁଠୁ ବେଶୀ ଗୋଳ ମାଳିଆ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ। ଏଠି ବିଜେଡି କର୍ପୋରେଟର ଅମରେଶ ଜେନା ଆଜି ବନ୍ଧୁ ମିଳନ ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତା ସହ ବିଧାୟକ ଅନନ୍ତ ଜେନାଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଗତକାଲି ଭଳି ଆଜି ବି ମଧ୍ୟ ବିଧାୟକଙ୍କୁ କଡା ସମାଲୋଚନା କରି ଚେତାବନୀ ଦେଇଛନ୍ତି ଷଡ଼ଯନ୍ତ୍ର ନ କରିବାକୁ। ସେପଟେ ଅନନ୍ତ- ଅମରେଶ କଳିରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏଣ୍ଟ୍ରି ମାରିଛନ୍ତି। ଅନନ୍ତଙ୍କୁ ସମର୍ଥନ ଜଣାଇ ଖୋଲା ମଞ୍ଚରୁ ଅମରେଶଙ୍କୁ କରିଛନ୍ତି ଟାର୍ଗେଟ୍। ତେଣେ ଅନନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ଦଳର ଶୃଙ୍ଖଳିତ କର୍ମୀ।

Advertisment
BJP Bhubaneswar BJD Ananta Narayan Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ