Last updated: 28 October 2024, 10:25 PM IST
ଦୁର୍ନୀତିଗ୍ରସ୍ତଙ୍କୁ ସିଏମ୍ଙ୍କ କଡ଼ା ଚେତାବନୀ । ଏ ସରକାର କେତେବେଳେ ବି ବାନ୍ଧିପାରେ! ମୁଖ୍ୟମନ୍ତ୍ରୀ କହିଛନ୍ତି କ୍ୟାନସର ହେଲେ ଯେମିତି ସେ ଅଙ୍ଗକୁ କାଢ଼ି ଫୋପାଡ଼ି ଦିଆଯାଏ, ସେମିତି ସମାଜରେ ଏ କ୍ୟାନସର ରୂପୀ ଦୁର୍ନୀତିକୁ କାଢ଼ି ଫୋପାଡ଼ି ଦେବା, ଯିଏ ଦୁର୍ନୀତି କରିବ ତାଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ପୂର୍ବ ସରକାର ଓ 5T ଦୁର୍ନୀତି ପ୍ରସଙ୍ଗ ଉଠାଇ ବି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ସେତେବେଳ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । 5T ନାଁରେ ଯେଉଁ ଅଧିକାରୀ ବ୍ୟାପକ ଟଙ୍କା ହେରଫେର କରିଛନ୍ତି, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।