Advertisment

ସକାଳେ ଇସ୍ତଫା, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।

Advertisment

NDAକୁ ଫେରିଲେ...ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଲେ...। ୨୦୨୦ ନିର୍ବାଚନ ପରେ ତୃତୀୟ ଥର ଏବଂ ଦେଢ଼ ବର୍ଷ ଭିତରେ ଦ୍ୱିତୀୟ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ 'ଖିଲାଡ଼ି ନେତା' ନୀତୀଶ କୁମାର। ସମୟ- ଅପରାହ୍ଣ ୫ଟା । ପାଟନା ସ୍ଥିତ ରାଜଭବନ । ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ସଭାସ୍ଥଳରେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । RJDକୁ ବାଏ ବାଏ କରି, ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇ ଆଜି ନୂଆ ସରକାର ଗଢ଼ିଛନ୍ତି ଜେଡିୟୁ ନେତା ନୀତୀଶ କୁମାର।

Advertisment
Bihar Nitish Kumar India News BJP JDU Alliance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ