Last updated: 24 June 2024, 10:44 PM IST
ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର । ଲୋକସଭାର ଭରଣା ରାଜ୍ୟ ସଭାରେ କରିବ ଦଳ । ଫ୍ଲୋର୍ ନୁହେଁ ଏଥର ୱେଲ୍ ଅର୍ଥାତ ଗୃହ ମଧ୍ୟଭାଗରେ ଲଢେଇ ହେବ। ଲୋକଙ୍କ ଦାବିକୁ ଦିଲ୍ଲୀ ଦରବାରରେ ଉଠାଇ ଆସ୍ଥା ସଂସଦର ଅଧିବେସନ ଆରମ୍ଭ ହେବା ପୂର୍ବରୁ ଆଜି ୯ ରାଜ୍ୟ ସଭା ସାଂସଦଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।