Astrospeak
  • Live TV
  • Read In English

ଦଳର ସ୍ଥିତିକୁ ରାଜ୍ୟ ରାଜନୀତିରେ ଜାହିର କରିବା ପାଇଁ ବିଜେଡି ଏବେ ତାର ରଣନୀତି ବଦଳାଇ ଦେଇଛି । ରାଜନୈତିକ ପ୍ରତିଦ୍ବନ୍ଦି ସତ୍ତ୍ବେ ନିର୍ବାଚନ ପୂର୍ବରୁ ଯେତେ ବିଲ୍ ଏନଡିଏ ଆଣୁଥିଲା ବିଜେଡି ତାହାକୁ ସମର୍ଥନ କରୁଥିଲା । ୱାକଫ୍ ସଂଶୋଧନ ବିଲକୁ ବିଜେଡି ବିରୋଧ କରି ଏନଡିଏ ସହ ସମ୍ପର୍କ ତୁଟାଇବା ନେଇ ସ୍ପଷ୍ଟ ସଙ୍କେତ ଦେଇଛି । ପୂର୍ବରୁ ଡିଲିମିଟେସନ ପ୍ରସଙ୍ଗରେ ମଧ୍ୟ ଦୃଢ ବିରୋଧ କରି ଷ୍ଟାଲିନ ଡାକିଥିବା ମିଟିଂରେ ଯୋଗ ଦେଇଥିଲା ବିଜେଡି ।