Advertisment

ବୋରୱେଲ୍ ପାଇଁ ବ୍ୟାଙ୍କ୍ ଆଗରେ ଅସମ୍ଭାଳ ଭିଡ଼

ଉଠା ଜଳସେଚନ ନିଗମରୁ ବୋରୱେଲ୍ ପାଇବାକୁ ବ୍ୟାଙ୍କରେ ଚାଷୀଙ୍କ ଲମ୍ବା ଲାଇନ୍। ଅଭିଯୋଗ, କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ କରି ଆବେଦନ କରିବାକୁ ନିୟମ ଥିବାରୁ ପ୍ରବଳ ଗହଳି ହେଉଛି....

Advertisment

ଉଠା ଜଳସେଚନ ନିଗମରୁ ବୋରୱେଲ୍ ପାଇବାକୁ ବ୍ୟାଙ୍କରେ ଚାଷୀଙ୍କ ଲମ୍ବା ଲାଇନ୍ । ଅଭିଯୋଗ, କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ କରି ଆବେଦନ କରିବାକୁ ନିୟମ ଥିବାରୁ ପ୍ରବଳ ଗହଳି ହେଉଛି। ବ୍ରାଞ୍ଚ ସଂଖ୍ୟା କମ୍ ଥିବାରୁ ଦିନ ଦିନ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଡିସେମ୍ବର ୧୬, ଶେଷ ତାରିଖ ଥିବା ବେଳେ ଆବେଦନ ହୋଇନଥିବାରୁ ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ଚାଷୀ।

Advertisment

ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି। ନବରଙ୍ଗପୁରରେ ବ୍ୟାଙ୍କ ଖୋଲିବା ଆଗରୁ ହିଁ ଲମ୍ବା ଲାଇନ। ଉମରକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଏଠି ତ ମହୁଫେଣାକୁ ମହୁମାଛି ଘେରିଲା ଭଳି ବ୍ୟାଙ୍କରେ ପଶିବାକୁ ଉଦ୍ୟମ କରୁଛନ୍ତି ଚାଷୀ। ପୁରା ଜିଲ୍ଲାରେ ମାତ୍ର ୩ ଗୋଟି ୟୁନିଅନ ବ୍ୟାଙ୍କ ଥିବା ବେଳେ ଉମରକୋଟ ବ୍ରାଞ୍ଚରେ ୫ ବ୍ଲକର ହଜାର ହଜାର ଚାଷୀ ଆବେଦନ କରିବାକୁ ଲଗାଇଛନ୍ତି ଲମ୍ବା ଲାଇନ୍।

Odisha Farmer Issues
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ